Nipun TV
ନିପୁଣ୍ ଟିଭି ଓଡିଶା
ଆପଣଙ୍କ ସ୍ୱର ଆମରି ଖବର
Product Banner

ପ୍ରଦେଶ କଂଗ୍ରେସ ସଂଖ୍ୟାଲଘୁ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର 30.9.26
ଆଜି କଂଗ୍ରେସ ଭବନଠାରେ ପ୍ରଦେଶ କଂଗ୍ରେସ ସଂଖ୍ୟାଲଘୁ ବିଭାଗର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ସଂଖ୍ୟାଲଘୁ ବିଭାଗର ନୂତନ ଅଧ୍ୟକ୍ଷ ଆକ୍ଵିବ ଉଜ୍ଜମାନ ଖାନଙ୍କ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା l
ଉକ୍ତ ବୈଠକରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସ, ଏଏଆଇସିସି ସମ୍ପାଦକ ତଥା ଓଡ଼ିଶା ସହପ୍ରଭାରୀ ଯେଟି କୁସୁମ୍ କୁମାର, ମୟୁରା ଜୟକୁମାର, ପୂର୍ବତନ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଜୟଦେବ ଜେନା, ସଂଖ୍ୟାଲଘୁ ବିଭାଗର ରାଜ୍ୟ ପ୍ରଭାରୀ ଅବଦୁଲ ଆଲାମ ଖାନ, କଂଗ୍ରେସ ବିଧାନସଭା ବିଧାୟକ ଦଳ ନେତା ରାମଚନ୍ଦ୍ର କଡାମ, କଂଗ୍ରେସ ବିଧାନସଭା ବିଧାୟକ ଦଳ ଉପନେତା ଅଶୋକ ଦାସ, ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି (ସଂଗଠନ) ସନ୍ତୋଷ ସିଂ ସାଲୁଜା, ବିଧାୟକ ତାରାପ୍ରସାଦ ବାହିନୀ ପତି, ବିଧାୟକ ସିଏସ ରାଜନ୍ ଏକା, ଦେବାଶିଷ ପଟ୍ଟନାୟକ, ମହମ୍ମଦ ଜିଆଉଲ୍ ହକ୍, ଅନୁସୂଚିତ ଜାତି ବିଭାଗର ରାଜ୍ୟ ଅଧକ୍ଷ ମାନସ ମଲିକ୍, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଯାକବ ପ୍ରଧାନ ସମେତ ଅନେକ ସଂଖ୍ୟାଲଘୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
କାର୍ଯ୍ୟକାରିଣୀ ବୈଠକରେ ପ୍ରଦେଶ କଂଗ୍ରେସ ସଂଖ୍ୟାଲଘୁ ବିଭାଗର ନୂତନ ଅଧ୍ୟକ୍ଷ ଆକ୍ଵିବ ଉଜ୍ମାମାନ ଖାନ ସଭାପତିତ୍ୱ କରଥିଲେ l

📅 Date of Publish: 30 Sep 2026 🔁
More Visuals
Image 1
Image 2